
Dry Ration Distribution at Shergada block, Ganjam .

Revenue & Disaster Management Department, Govt. of Odisha | ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡ଼ିଶା ସରକାର

Dry Ration Distribution at Shergada block, Ganjam .

Fishermen warning as on 18.11.2026 @CMO_Odisha @SecyChief @rdmodisha @farddepartment @IPR_Odisha

Deployment and readiness of teams for road clearance and tree-cutting operations in view of Cyclone “AKVAN”.

ସମ୍ଭାବ୍ୟ ବାତ୍ୟା 'ଅକବାନ୍' ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତଦାରଖ ଓ ସମନ୍ୱୟ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରାଯାଇଛି। ଏଥିପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC)ରେ ପର୍ଯ୍ୟାୟକ୍ରମେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଜିଲ୍ଲାପାଳ, ସମ୍ପୃକ୍ତ ବିଭାଗ ଓ ଉଦ୍ଧାରକାରୀ ସଂସ୍ଥାଗୁଡ଼ିକ ସହ ନିରନ୍ତର ସମନ୍ୱୟ ରଖି ବାତ୍ୟାର ସ୍ଥିତି ଉପରେ ନଜର ରଖିବା ସହ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରାଯିବ।

ଭୀଷଣ ବାତ୍ୟା ‘ଅକବାନ୍' ର ସମ୍ଭାବ୍ୟ ପ୍ରଭାବକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସତର୍କ ରହିଛନ୍ତି। ବାତ୍ୟାର ଗତିପଥ ଓ ତୀବ୍ରତା ଉପରେ ନିରନ୍ତର ନଜର ରଖାଯାଇଥିବାବେଳେ, ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ଜନସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପ୍ରଶାସନିକ ପ୍ରସ୍ତୁତି ଜାରି ରହିଛି। ଏହି ସମୟରେ ଜନସାଧାରଣ ଆତଙ୍କିତ ନହୋଇ ସତର୍କ ରୁହନ୍ତୁ। ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯିବାରୁ ବିରତ ରୁହନ୍ତୁ ଏବଂ ପାଣିପାଗ ବିଭାଗର ନିୟମିତ ସୂଚନା ସହ ପ୍ରଶାସନର ନିର୍ଦ୍ଦେଶାବଳୀକୁ ଅନୁସରଣ କରନ୍ତୁ।

Stay safe during the rain by following essential electrical safety precautions and keeping away from fallen power lines and electrical installations. #TPCODL #CycloneAkvan #ElectricalSafety #RainSafety #staysafe @CMO_Odisha @TataPower @SecyChief @IPR_Odisha @OPTCL_Odisha @OPGC_ODISHA @GridcoOdisha @KVSinghDeo1 @EnergyOdisha @rdmodisha @SRC_Odisha

ବାତ୍ୟା ମୁକାବିଲା ଓ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଓ ସମନ୍ୱୟ ସୁନିଶ୍ଚିତ କରାଯାଉଛି। ସାମ୍ପ୍ରତିକ ବାତ୍ୟା ପରିସ୍ଥିତିର ଗମ୍ଭୀରତା ଏବଂ ଜରୁରୀକାଳୀନ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନଭେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି। ଛୁଟିରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ତୁରନ୍ତ ନିଜ ନିଜ କାର୍ଯ୍ୟସ୍ଥଳରେ ଯୋଗଦେବା ସହ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ଓ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। @CMO_Odisha @IPR_Odisha @SecyChief

Directives issued to the Districts as a precautionary measure to ensure the safety of students and children in view of Cyclonic Storm “AKVAN”.

IMD prediction as on 18.11.2026

All Districts are requested to ensure comprehensive preparedness and effective implementation of cyclone response measures, including evacuation, relief, rescue and restoration activities etc., in view of the impending Cyclone ‘Akvan’.

ସମ୍ଭାବ୍ୟ ବାତ୍ୟା ‘ଅକବାନ୍’ର ମୁକାବିଲା ଏବଂ ଜନସାଧାରଣଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଉଛି। ଏହି କ୍ରମରେ, ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା, ରିଲିଫ୍ ବ୍ୟବସ୍ଥା ଓ ଅନ୍ୟାନ୍ୟ ଜରୁରୀକାଳୀନ ପ୍ରତିକ୍ରିୟାମୂଳକ କାର୍ଯ୍ୟ ପାଇଁ ୧୪ଟି ଜିଲ୍ଲାକୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (SDRF)ରୁ ମୋଟ ୧୪ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ପ୍ରତ୍ୟେକ ଜିଲ୍ଲା ପାଇଁ ୧ କୋଟି ଟଙ୍କା ଲେଖାଏଁ ଆବଣ୍ଟନ ହୋଇଛି। ଏହି ଆର୍ଥିକ ସହାୟତା ଜରିଆରେ ଜିଲ୍ଲାସ୍ତରରେ ରିଲିଫ୍ ଶିବିର ପରିଚାଳନା ଓ ବାତ୍ୟା ମୁକାବିଲା ସମ୍ପର୍କିତ ଆବଶ୍ୟକୀୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇପାରିବ। ପାଣ୍ଠି ଆବଣ୍ଟନ ପାଇଥିବା ୧୪ଟି ଜିଲ୍ଲା: ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କଟକ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ ଓ ରାୟଗଡ଼ ।

Cyclone Akvan Update: Senior Officers Deployed for Field Supervision Govt. of Odisha has deployed senior officers for overall supervision of preparedness, relief and restoration measures: 1. Sri Bhupendra Singh Poonia, IAS for Kandhamal Dist 2. Sri K. Sudarshan Chakravarthy, IAS for Baleshwar & Mayurbhanj Dists 3. RDC, Southern Division: Nodal Officer for Ganjam District #CycloneAkvan

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ସୋରଡ଼ା ବ୍ଲକ୍ର ସୁରମଣି ଗ୍ରାମ ନିକଟରେ ରୁଷିକୁଲ୍ୟା ନଦୀର ଘାଇ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିସହ ଜବାହରଜ୍ୟୋତି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୯୬୦ ଜଣଙ୍କ ରହିବା ପାଇଁ କରାଯାଇଥିବା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଗସ୍ତ ସମୟରେ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ। @CMO_Odisha @IPR_Odisha @rdmodisha @SRC_Odisha

ଗଜପତି ଜିଲ୍ଲାର ସମସ୍ତ ବ୍ଲକ୍ରେ ସମ୍ଭାବ୍ୟ ବାତ୍ୟା 'ଅକବାନ' କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଜନସାଧାରଣଙ୍କୁ ସଚେତନ କରାଯାଉଛି। ବାତ୍ୟା ସମୟରେ ନିଜକୁ ସୁରକ୍ଷିତ ରଖିବା, ଆବଶ୍ୟକ ସତର୍କତା ଅବଲମ୍ବନ କରିବା ଏବଂ ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ପାଳନ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। @CMO_Odisha @SecyChief @rdmodisha @ndmaindia @IPR_Odisha

ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତିର ସମୀକ୍ଷା କରିବା ସହ ଭଞ୍ଜନଗର ଉପଜିଲ୍ଲାପାଳ ତୁରୁମୁସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ। ଗସ୍ତ ସମୟରେ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ। @CMO_Odisha @IPR_Odisha @rdmodisha @SRC_Odisha

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆସିକା ବ୍ଲକ୍ର ନବରତ୍ନପୁର ଗ୍ରାମରେ ବିପଦସଂକୁଳ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ ଜାରି ରହିଛି। ବ୍ଲକ୍ସ୍ତରୀୟ ସମ୍ପୃକ୍ତ ଅଧିକାରୀଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ଚାଲିଛି। @CMO_Odisha @IPR_Odisha @SRC_Odisha @rdmodisha